ପୁରୀଠାରେ ଜାତୀୟ ହସ୍ତଶିଳ୍ପ ଏବଂ ବସ୍ତ୍ର ପ୍ରଦର୍ଶନୀ

ପୁରୀ: ଆସନ୍ତା ୩-୯ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଭାରତୀୟ ହସ୍ତଶିଳ୍ପ ମହୋତ୍ସବ । ପୁରୀଠାରେ ପ୍ରଥମ ଥର ପାଇଁ ଭାରତୀୟ ହସ୍ତଶିଳ୍ପ ମହୋତ୍ସବ(କ୍ରାଫ୍ଟ ବଜାର) ଆୟୋଜନ ହେଉଛି । ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଓ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ସହାୟତାରେ ଅନୁଷ୍ଠିତ ହେବ ମହୋତ୍ସବ । ଏହି ମେଳାକୁ ୩୦ ତାରିଖ ସନ୍ଧ୍ୟା ୬ଟାରେ ହସ୍ତଶିଳ୍ପ ବିକାଶ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ହୋତା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ପୁରଷ୍କାର ପ୍ରାପ୍ତ ବିଶିଷ୍ଟ ଶିଳ୍ପୀ ବିଶ୍ୱନାଥ ସ୍ୱାଇଁ ଉପସ୍ଥିତ ଥିଲେ । ଓଡିଶା ଖାଦ୍ୟ ଓ ଭିଲେଜ ଇଣ୍ଡଷ୍ଟ୍ରିଜ ଆସୋସିଏସନ ଏହି ମେଳାର ଆୟୋଜନ କରୁଛି । ଜନସାଧାରଣଙ୍କ ପସନ୍ଦ ମୁତାବକ ବସ୍ତ୍ର ଓ ହସ୍ତଶିଳ୍ପ ସାମଗ୍ରୀ ସିଧାସଳଖ କାରିଗର ମାନଙ୍କ ପାଖରୁ ମିଳି ପାରିବ ।