କୋଣାର୍କ ସୂର୍ୟ୍ୟ ମନ୍ଦିରରୁ ସାଇକେଲ ଶୋଭାଯାତ୍ରା 

ଗୋପ(ଜୟନ୍ତ କୁମାର ସେଠୀ): କୋଣାର୍କ ଉତ୍ସବ ସରସ ସୁନ୍ଦର କରିବା ପାଇଁ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି। ହାତରେ ପରିବେଶ ପ୍ରଦୂଷଣରୁ ରକ୍ଷା ପାଇଁ ବିଭିନ୍ନ କାର୍ଡ ଧରି ଛାତ୍ରଛାତ୍ରୀମାନେ କୋଣାର୍କ ବଞ୍ଚାଅ, ସାଇକେଲ ଚଲାଅ, ନାରାଦେଇ ସୂର୍ୟ୍ୟ ମନ୍ଦିର ସମୁମୁଖରୁ ବାହାରି କୋଣାର୍କ ବଜାର ପରିକ୍ରମା କରିବା ସହ ଚନ୍ଦ୍ରଭାଗା ବାଟ ଦେଇ ରାମଚଣ୍ଡୀରେ ପହଞ୍ଚିଥିଲେ । ସେଠାରେ ବୃକ୍ଷ ହିଁ ଜୀବନ ଏବଂ କୋଣାର୍କକୁ ପଲିଥିନ ମୃକ୍ତ କରିବା ସହ ପରିବେଶ ପ୍ରଦୂଷଣରୁ ରକ୍ଷା କରିବା ଦିଗରେ ଆଲୋଚନା କରାଯାଇଥିଲା । ଏଥିରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ଅଧିକାରୀ ଅମୟ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଗୋପ ମେଡିକାଲ ଅଧିକାରୀଣୀଙ୍କ ସହ କୋଣାର୍କ ଏନଏସି  ଅଧିକାରୀ, କୋଣାର୍କ ଥାନା ଅଧିକାରୀ ଏବଂ ଅନେକ ବୁଦ୍ଧିଜିବୀ ଯୋଗ ଦେଇଥିଲେ ।