ନୀଳଗିରି: ବାଲେଶ୍ୱର ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ନୀଳଗିରି ବନଖଣ୍ଡରେ ଦେଖିବାକୁ ମିଳିଛି ଝାଡଖଣ୍ଡି ହାତୀର ଉତ୍ପାତ । ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଭୟଭୀତ ।
ଗତ ଶୁକ୍ରବାର ନୀଳଗିରି ଅଞ୍ଚଳରୁ ୧୭ଟିକିଆ ଦନ୍ତାହାତୀ ଫେରି ମୟୁରଭଞ୍ଜ ନଡପୁର ଜଙ୍ଗଲରେ ରହିଛନ୍ତି । କିନ୍ତୁ ଏହାପରେ ଅନ୍ୟ ଦୁଇଟି ଦଳରେ ଦୁଇଟି ସ୍ଥାନରେ ୫୬ଟି ହାତୀ ନୀଳଗିରି ଅଞ୍ଚଳକୁ ମୁହାଁଇଛନ୍ତି । ଏହା ବ୍ୟତୀତ ଆଜି ଭୋର ସମୟରେ ଏକ ଝାଡଖଣ୍ଡୀ ପାଇଲଟ ଦନ୍ତାହାତୀ ନୀଳଗିରି ଗୋପାଳପୁର ସଂରକ୍ଷିତ ଜଙ୍ଗଳରେ ପ୍ରବେଶ କରିଛି । ଦନ୍ତାଟି ଫେରିବା ପରେ ହାତୀପଲ ନୀଳଗିରି ଆସିବାର ସମ୍ଭାବନା ରହିଛି। ଏବେ ଧାନ ଫସଲ ଅମଳ ହେଉଥିବାରୁ ବ୍ୟାପକ ଧାନ ଫସଲ ନଷ୍ଟନେଇ ଚାଷୀକୁଳ ଆଶଙ୍କାରେ ରହିଛନ୍ତି ।