ବାଲେଶ୍ୱରରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ

ବାଲେଶ୍ୱର: ଆଜି ବାଲେଶ୍ୱରରେ ସ୍କାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷି, ଶିଳ୍ପ, ପର୍ଯ୍ୟଟନରେ ଆଗୁଆ ବାଲେଶ୍ୱର ଏବେ ସ୍କାର୍ଟ ସ୍ୱାସ୍ଥ୍ୟସେବାରେ ପ୍ରଥମ ହେବ । ସ୍କାର୍ଟ ହେଲଥ କାର୍ଡ଼ରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ଏହା ଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଗୋଟିଏ କାର୍ଡ଼ରେ ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ। ଯୋଜନା ନୂଆ ରୂପରେ କାର୍ଯ୍ୟକାରୀ ହୋଇଥିବା ବେଳେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି। ସାଢେ ୩କୋଟି ଲୋକ ଏହାର ଉପକାର ପାଇବେ। ଦେଶର ୨ଶହ ବଡ଼ ବଡ଼ ହସ୍ପିଟାଲରେ କେବଳ କାର୍ଡ ଦେଖାଇଲେ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବନି। ପରିବାରର ସଦସ୍ୟଙ୍କୁ ୫ଲକ୍ଷ , ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ।