ଆନନ୍ଦପୁର: ଦୋକାନର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ । ଗୋଟିଏ ଦୋକାନରୁ ନୁହେଁ ବରଂ ହୋଇଛି ସିରିଜ ଲୁଟ । ଘଟଣାଟି ଘଟିଛି କେନ୍ଦୁଝର ଜିଳ୍ଲା ଆନନ୍ଦପୁରରେ । ଘସିପୁରା ଥାନା ଶାଳପଡା ବଜାରର ୪ଟି ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।
କେନ୍ଦୁଝର ଘସିପୁରାଥ ଥାନା ୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ଶଳପଡା ବଜାରର ୪ଟି ଦୋକାନରୁ ହୋଇଛି ଲୁଟ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସମସ୍ତ ଦୋକାନର ତାଲା ଭାଙ୍ଗି ଅନେକ ସାମଗ୍ରୀ ଏବଂ ଲକ୍ଷାଧିକ ଟଙ୍କା ପଇସା ଲୁଟ କରାଯାଇଛି । ସକାଳୁ ଏହା ଦେଖି କିଛି ଲୋକେ ଥାନାକୁ ଖବର ଦେଇଥିଲେ । ଏହାପରେ ଘସିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟିଏ ରାତିରେ ୪ଟି ଦୋକାନରେ ଚୋରି ହେବା ଘଟଣା ଏବେ ପୋଲିସ ପାଇଁ ଚାଲେଞ୍ଜର ବିଷୟ ପାଲଟିଛି ।