ଶିଶୁ ଚୋରୀ ଘଟଣାର ପର୍ଦ୍ଦାଫାଶ

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାର ଶିଶୁ ଚୋରି ଘଟଣାର ଶିଶୁ କନ୍ୟା ବାପାର ଆଈ ଗିରଫ । ଶିଶୁ ବିକ୍ରି ଓ ଅପହରଣ ମାମଲାରେ ବାପା ଗଜେନ୍ଦ୍ର ତାଣ୍ଡିଆ ଓ ଜେଜେ ମା ପନ୍ତା ଜାଲକୁ ଗିରଫ କରିଛି ସୋନପୁର ପୋଲିସ । ସିସିଟିଭି ଫୁଟେଜ ଅନୁସାରେ ଗଜେନ୍ଦ୍ରଙ୍କ ଶାଶୂ ପାନ୍ତିଙ୍କ ସହ ଶିଶୁକନ୍ୟା ଧରି ଫେରାର ଥିବା ମହିଳା ଟିକା କେନ୍ଦ୍ର ପାଖରେ କଥାବାର୍ତ୍ତା ହେଉଥିବା ସିସି ଟିଭି ଫୁଟେଜରେ ଦେଖିବାକୁ ପାଇଥିଲା ପୋଲିସ । ଏହାପରେ ଅଭିଯୁକ୍ତ ବାପା ଓ ଜେଜେମାକୁ ଗିରଫ କରି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।