ଢେଙ୍କାନାଳ: ଢେଙ୍କାନାଳରେ ଯୋଗ ଦେଲେ ନୂଆ ଏସପି । ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଲୋଗନୟାଗୀ ଦିବ୍ୟା ଭି । କାର୍ଯ୍ୟରତ ଏସପି କେ ଶିଭା ଶୁଭ୍ରମଣୀଙ୍କର ସିବିଆଇକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଏଲ ଦିବ୍ୟାଙ୍କୁ ଦାୟିତ୍ୱ ମିଳିଛି । ସୋମବାର ତାଙ୍କ ସ୍ଥାନରେ ଢେଙ୍କାନାଳର ନୂତନ ଏସପି ଭାବେ ଲୋଗନୟାଗୀ ଦିବ୍ୟା ଭି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କାରାଯାଇଛି ।
ଏଲ ଦିବ୍ୟା ଭି ହେଉଛନ୍ତି ୨୦୧୩ ବ୍ୟାଚର ଆଇପିଏସ ଅଫିସର । ପ୍ରଥମେ ପଶ୍ଚିମବଙ୍ଗ କ୍ୟାଡର, ଓଡିଶା କ୍ୟାଡର ଏବଂ ଏହାପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ କାର୍ଯ୍ୟ କରି ସାରିଛନ୍ତି ଏଲ ଦିବ୍ୟା । ଏବେ ତାଙ୍କୁ କ୍ରାଇମବ୍ରାଞ୍ଚରୁ ବଦଳି କରାଯାଇ ଢେଙ୍କାନାଳର ଏସପି ଭାବରେ ଦାୟିତ୍ୱ ଦିଆଯାଇଛି । ଏହାପରେ ସୋମବାର ଜିଲ୍ଲା ପୋଲିସ କାର୍ୟ୍ୟାଳୟରେ ଏସପି ଭାବେ ସେ କାର୍ୟ୍ୟଭାର ଗ୍ରହଣ କରିଛନ୍ତି ।