ଗୋପ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ର ଶୁଭ ଶିଳାନ୍ୟାସ ନିମନ୍ତେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ଓ ହୋମ ଯଜ୍ଞ। ଶ୍ରୀମନ୍ଦିର ଦୋଳ ବେଦୀ କୋଣ ଉତ୍ତର ପାର୍ଶ୍ଵ ମଠ ସାମ୍ନାରେ ଯଜ୍ଞ ମଣ୍ଡପ ରେ ଆରମ୍ଭ ହୋଇଛି ହୋମ ଯଜ୍ଞ। ଶ୍ରୋତୀୟ ବ୍ରାହ୍ମଣ ଙ୍କ ଦ୍ଵାରା ଏହି ହୋମ ଯଜ୍ଞ କରାଯାଉଛି। ୩ ଦିନ ଧରି ହେବାକୁ ଥିବା ଏହି ଯଜ୍ଞରେ ୨୪ ତାରିଖରେ ପୂର୍ଣାହୁତି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ସହ ଗଜପତି ମହାରାଜା ଶୁଭ ଶିଳାନ୍ୟାସ କରିବେ। ଗତକାଲି ଯଜ୍ଞ ନିମନ୍ତେ ଅଙ୍କୁରାରୋପଣ ନୀତି ଶେଷ ହୋଇଛି। ଆଜି ସକାଳୁ ପଞ୍ଚ କର୍ମ , ବ୍ରାହ୍ମଣ ବରଣ , ସୁର୍ୟ୍ୟ ପୂଜା ପରେ ହୋମ ଯଜ୍ଞ ପୂଜା ଚାଲିବ। ତେବେ ମହାପ୍ରଭୁଙ୍କ କୃପା ରୁ ନିଶ୍ଚିତ ଭାବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଶୀଘ୍ର ଶେଷ ହେବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।