ଆନନ୍ଦପୁର: କେନ୍ଦୁଝର ଘସିପୁର ଥାନା ସାଲୁକୁଡାହି ଗାଁରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ସର୍ପାଘାତରେ ଜଣେ ଶିଶୁ ପ୍ରାଣ ହରାଇଥିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ଶିଶୁ ହେଉଛି ଗାଁର ନରସିଂହ ହାଁସଦାଙ୍କ ପୁତ୍ର ମହେଶ୍ୱର ।
ଗତକାଲି ରାତିରେ ବାହାରକୁ ପରିସ୍ରା ପାଇଁ ଉଠିଥିଲେ ମହେଶ୍ୱର । ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । କିନ୍ତୁ ଏହାକୁ ଗୁରୁତ୍ୱ ନଦେଇ ପୁଣି ଥରେ ଶୋଇ ପଡିଥିଲା ମହେଶ୍ୱର । ପରେ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହେଶ୍ୱରଙ୍କ ଅକାଳ ବିୟୋଗରେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଚାୟା ଖେଳିଯାଇଛି ।