ପଞ୍ଚାୟତ ପରିଦର୍ଶନରେ ପିପିଲି ବିଧାୟକ

ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନରେ ଦମଦାର ବିଜୟ ପରେ ପଞ୍ଚାୟତ ଗସ୍ତ କରିଛନ୍ତି ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥୀ । ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପର ଉଦଘଟନ ମଧ୍ୟ କରିଛନ୍ତି ରୁଦ୍ର । ଆଜି ନିଜ ଗ୍ରାମ ପଞ୍ଚାୟତ କଣ୍ଟି ଗସ୍ତ କରିବା ସହ ମାର୍କେଟ କମ୍ପ୍ଲେକ୍ସ ପାଇଁ ଶୁଭ ଦେଇଥିଲେ। ଏଥିସହ ବାରିମୂଳ ଗ୍ରାମରେ ନୂତନ କ୍ଲବ ଘର ପାଇଁ ମଧ୍ୟ ଭିତ୍ତି ପ୍ରସ୍ତର ପାଇଁ ମଧ୍ୟ ରୁଦ୍ର ଶୁଭ ଦେଇଛନ୍ତି । ସେଠାରୁ ବାହାରି ପିପିଲି ପଞ୍ଚାୟତ ସମିତିରେ ପହଞ୍ଚି ସେଠାକାର ଅନେକ ବୃଦ୍ଧ-ବୃଦ୍ଧା ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଏଥିରେ ବିଧାୟକଙ୍କ ଏବଂ ବ୍ଲକ ସଭାପତି କଳ୍ପନା ସାମନ୍ତରାୟଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।