ପୁରୀରେ ମାତିଲେ ଲୋକାଲ ଟୋକା

ପୁରୀ: ପ୍ରଥମେ ରାଜଧାନୀ ଭୁବନେଶ୍ୱର, ପରେ ସିଲଭର ସିଟି କଟକ ଆଉ ଏବେ ପୁରୀ । ଚାରିଆଡେ ଲୋକାଲ ଟୋକାଙ୍କ ଭିଡିଓ ହେଉଛି ଭାଇରାଲ । ହାତରେ ଖଣ୍ଡା, ବନ୍ଧୁକ ଭଳି ମାରଣାସ୍ତ୍ର ଆଉ ମୁହଁରେ ଅସଭ୍ୟ ଗାଳି । ସୋଶିଆଲ ମିଡିଆକୁ ବ୍ୟବହାର କରି ଅପରାଧ ଦୁନିଆର ବାଦଶାହ ହେବାକୁ କରୁଛନ୍ତି ପ୍ରୟାସ । ସବୁଆଡେ ନିଜ ପତିଆରା ଜାହିର କରିବା ପାଇଁ ଚାଲିଛି ଯୋଜନା । ଭିଡିଓ ପରେ ଭିଡିଓ କରି ଭାଇରାଲ ହେଉଛନ୍ତି ପୁରୀ ସହରର କିଛି କମ ବୟସର ଯୁବକ ।

ଅପରାଧ ପରି କଳା ସାମ୍ରାଜ୍ୟରେ ରାଜୁତି କରିବକୁ ଇଚ୍ଚା କରିଛନ୍ତି ପୁରୀର କିଛି ଅମାନିଆ ଆଉ ଲଗାମ ଛଡା ଯୁବକ । ସୋଶିଆଲ ମିଡିଆରେ ସେମାନଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ପୁରୀବାସୀ ଖୁବ ଭୟଭୀତ ଥିବା ଦେଖାଯାଇଛି । ତେବେ ଭିଡିଓର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସାଧାରଣରେ ଦାବି ହୋଇଛି ।