ପୁରୀରେ ଭ୍ୟାକ୍ସିନେସନ ଫେଲ

ପୁରୀ: ଶ୍ରୀକ୍ଷେତ୍ର ପୂରୀରେ ଫେଲ ମାରିଛି କୋରାନା ଟୀକାକରଣ । ମହାମାରୀରୁ ବଞ୍ଚିବା ପାଇଁ ଦିଆଯାଉଥିବା ଟୀକା ନେବା ପାଇଁ ଲୋକମାନେ ଆଗ୍ରହ ଦେଖାଉ ନଥିବା ଜଣାଯାଇଛି । ଯାହା ଏବେ ସମଗ୍ର ଓଡିଶାବାସୀଙ୍କୁ ଚକିତ କରିଛି । ସମସ୍ତ ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ତ୍ୱରିତ ହେଉଥିବା ବେଳେ ପୁରୀରେ ଏହି ପ୍ରକ୍ରିୟା ଫିକା ପଡିଛି । ଏ ପର୍ଯ୍ୟନ୍ତ ଜିଲ୍ଲାର ମୋଟ ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଥିବା ହିତାଧିକାରୀଙ୍କ ହାର ୫୪ ପ୍ରତିଶତ ରହିଛି ।
ତେବେ ପ୍ରଶାସନ ଜନସାଧାରଣଙ୍କୁ ଟୀକା ବଣ୍ଟନ କରିବା ନେଇ ସଚେତନ କରୁଥିବା ବେଳେ ଏଠାକାର ଲୋକେ ଟୀକାକରଣ ପାଇଁ ତତ୍ପରତା ନଥିବା ଦେଖାଯାଇଛି । ତେଣୁ ଏ ପ୍ରକାର ଅସୁବିଧା ଏବେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଚିନ୍ତାର ବଷୟ ପାଲଟିଛି । ତେଣୁ ଟୀକାକରଣରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରୁଛନ୍ତି ।