ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ନେଇ ଅଟୋ ମହାସଙ୍ଘର ଦାବି

ଗୋପ/ ଜୟନ୍ତ କୁମାର ସେଠୀ: ପୁରୀ କୁ ବିଶ୍ୱ ଐତିହା ନଗରୀ ଭାବେ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ୟ୍ୟ ଆରମ୍ଭ କରିଛନ୍ତି। ତେବେ ଅଟୋ ଚାଳକ ମାନେ ଆଗକୁ କିଭଳି ବ୍ୟବସାୟ କୁ ନେଇ ଅସୁବିଧା ଭୋଗିବେ ନାହିଁ ସେ ନେଇ କେତେକ ଦାବି ରଖିଛି ପୁରୀ ଜିଲ୍ଲା ଅଟୋ ଚାଳକ ମହାସଙ୍ଘ । ସଙ୍ଘ ପୁରୀ ରେ ଏକ ସାମ୍ବାଦିକ ସମିଳନୀ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ରଖିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ଚାରି ପାଖରେ ଅଟୋ ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହେଉ। ଫଳରେ ପୁରୀ ସହର ବାସିନ୍ଦା ଓ ଭକ୍ତ ମାନେ ସୁବିଧା ରେ ଓ ସହଜରେ ଅଟୋ ସେବା ପାଇ ପାରିବେ । ଏହା ଦ୍ୱାରା ଅଯଥା ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ। ସେହିପରି ପୂର୍ବଭଳି ଶ୍ରୀମନ୍ଦିର ନିକଟରେ ଅଟୋ ପ୍ରିପେଡ ବ୍ୟବସ୍ଥା ଆରମ୍ଭ କରାଯାଉ । ସେହି ପରି ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ର ବ୍ୟବସ୍ଥା କରାଯାଉ । ସେହିପରି ପୋଲିସ ଅନେକ ସମୟ ରେ ନିରୀହ ଅଟୋ ଚାଳକ ଙ୍କ ଉପରେ ନିର୍ୟ୍ୟାତନା କରୁଥିବା ଅଭିଯୋଗ କରିଛି ସଂଘ। ଏହାକୁ ବନ୍ଦ କରାଯିବ ସହ ଅଟୋ ଷ୍ଟାଣ୍ଡ ଚାଲିଥିବା ଦାଦା ବଟି କୁ ବନ୍ଦ କରାଯାଉ। ଏହା ଦ୍ୱାରା ଶ୍ରୀମନ୍ଦିର କୁ ଆସୁଥିବା ଭକ୍ତ , ଯାତ୍ରୀ ଶୃଙ୍ଖଳା ରେ ଦର୍ଶନ କରିବା ସହ ଅଟୋ ବ୍ୟବସାୟି ମାନେ ମଧ୍ୟ ଭଲ ଦୁଇ ପଇସା ଅର୍ଥ ଉପାର୍ଜନ କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବ। ଉତ୍ତମ ପାର୍କିଂ ବ୍ୟବସ୍ଥା , ପ୍ରିପେଡ ଅଟୋ ବ୍ୟବସ୍ଥା , ପାନୀୟ ଜଳ ବ୍ୟବସ୍ଥା ସମେତ ପୋଲିସ ଜୁଲମ ବନ୍ଦ ଦାବି କରିଛି ପୁରୀ ଜିଲ୍ଲା ଅଟୋ ଚାଳକ ମହାସଙ୍ଘ ।