ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ନାମ ପରିବର୍ତ୍ତନର କୋଣସି ଆବଶ୍ୟକ ନାହିଁ, ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ପୁରୀ ସମଗ୍ର ବିଶ୍ୱରେ ପରିଚିତ ଓ ପୁରୀ ନାମ କେଉଁ କାଳରୁ ରହିଛି,ଜଗନ୍ନାଥକୁ ନେଇ ପୁରୀ ସମଗ୍ର ବିଶ୍ୱରେ ପରିଚିତ । ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ବିମଳାକ୍ଷେତ୍ର, ଦଶାବତାରକ୍ଷେତ୍ର ରୂପେ ବିଭିନ୍ନ ପୁରାଣ ବର୍ଣନା କରାଯାଇଛି । ଏହିପରି ପୁରୀର ନାମ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ ବର୍ତମାନ ଏହା ” ପୁରୀ ” ନାମରେ ପ୍ରସିଦ୍ଧି ଲାଭ କରିଛି । ପୁରୀ ନାମକୁ ନେଇ ରାଜନୀତି ବନ୍ଦ କରାଯାଉ କହିଥିବା ବେଳେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର,ସାହୁ,ସଭାପତି ବିଶ୍ୱଜିତ ପ୍ରଧାନ, କର୍ଣ୍ଣବୀର ମହାପାତ୍ର,ସୁରେଶ ମହାପାତ୍ର, ଶକ୍ତିଧର ବିଶୋଇ, ହିମାଂଶୁ ମହାନ୍ତି ଉର୍ଜାବାନ ଓଡିଶାର ସଭାପତି ସନ୍ତୋଷ ସେନାପତି, ସମ୍ପାଦିକା ନିହାରିକା ତ୍ରିପାଠୀ, ସୀତାରାମ ସେନାପତି, ଦେବେନ୍ଦ୍ର ସୁବୁଦ୍ଧି ଓ ଆଶ୍ସୋସିଏସନ ଅଫ ଟୁଇଟ୍ୱର ଆଟିଭିଷ୍ଟ୍ର ଦେବାଶିଷ ଦାଶ,ଦେବରାଜ ଦାସ,ସତ୍ୟନାରାୟଣ ସାହୁ ଶୁଭଶ୍ରୀ ବେହେରା,ଦେବେନ୍ଦ୍ର ସୁବୁଦ୍ଧି,ଆଦିତ୍ୟ ନାରାୟଣ ବାରିକ୍,ସୁଧାଂଶୁ ଜେନା,ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।