କଳାହାଣ୍ଡି : ଜୁନାଗଡରେ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ । ଆଜି ବିଜେଡିରେ ଯୋଗ ଦେଇଛନ୍ତି ବହୁସଂଖ୍ୟାରେ ନେତା ଓ କର୍ମୀ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଓ ଧର୍ମଗଡ ନିର୍ବାଚନମଣ୍ଡଳୀର ଅନେକ ବିରୋଧି ଦଳର ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗଦାନ କରିଛନ୍ତି । ବହୁ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖ ଫୁଙ୍କିଛନ୍ତି ।
ପ୍ରଣବ ପ୍ରକାଶ ଦାସଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସଦସ୍ୟ ସୁଜିତ୍ କମାର, ଧର୍ମଗଡ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ୟ୍ୟଧାରା, ବଳିଷ୍ଠ ବ୍ୟକ୍ତିତ୍ୱ, ନିର୍ମଳ ଭାବମୂର୍ତ୍ତୀ ଦ୍ୱାରା ପ୍ରଭାବିତ ହୋଇଥିବା କହିଛନ୍ତି ବିଜେଡ଼ିରେ ଯୋଗଦେଇଥିବା କର୍ମୀ ଓ ନେତା । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଅନେକ ନେତା ଓ କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ତେବେ କିଛି ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ ବିଜେଡିର ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ।