ବିପୁଳ ମଦ ସହ ଦୁଇ ବେପାରୀ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ମଦ । ଏହି ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ରୁପ୍ସା ଥାନା ଅଞ୍ଚଳର ଶତୃଘ୍ନ ବାରିକ ଏବଂ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଜଳେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥ ରାଜଘାଟ ଅଞ୍ଚଳରୁ ୧୦୦୦ ଲିଟର ଦେଶୀ ମଦ ସହିତ ଉଭୟଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
ପଶ୍ଚିମବଙ୍ଗରୁ ବାଲେଶ୍ୱରକୁ ଦେଶୀମଦ ଆମଦାନୀ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଗତକାଲି ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟିମ ପେଟ୍ରୋଲିଂ କରୁଥିଲା । ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ଏକ ଦଶ ଜଣିଆ ଦଳ ରାଜଘାଟ ୬୦ ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ ଜାରି ରଖିଥିଲେ । ଏହି ସମୟରେ ପଶ୍ଚିମବଙ୍ଗ ନଜାଗ୍ରାମରୁ ବାଲେଶ୍ୱର ଯାଉଥିବା ଏକ କାରକୁ ଅଟକାଇଥିଲା କାର୍ଯ୍ୟରତ ପୋଲିସ କର୍ମଚାରୀ । କାର ଚେକିଂ କରିବା ସମୟରେ ସେଥିରୁ ପ୍ରାୟ ୧୦୦୦ ଲିଟର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ । ଏହାପରେ ମଦ ଜବତ କରିବା ସହିତ ସମ୍ପୃକ୍ତ ଦୁଇ ବେପାରୀ ଶତୃଘ୍ନ ବାରିକ ଏବଂ ତାଙ୍କ ସହଯୋଗୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।