ସୁନ୍ଦରଗଡ: ପଦ୍ମ ଫୁଲ ତୋଳିବାକୁ ଯାଇ ହରାଇ ଦେଲେ ଜୀବନ । ଫୁଲ ତୋଳିବା ପାଇଁ ପୋଖରୀକୁ ଯାଇଥିଲେ, ହେଲେ ଫୁଲ ସାଙ୍ଗକୁ ପୋଖରୀରେ ରେବନ୍ତଙ୍କ ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି ଜିଲ୍ଲା ତଲସରା ଥାନା ସବଡେଗା ଗାଁର ତଲପଡାରେ । ଏହି ଗ୍ରାମର ରେବନ୍ତ ଭୋଇ ଗାଧୋଇବାକୁ ଯାଇଥିବା ବେଳେ ନଜର ପଡିଥିଲା ଏକ ସୁନ୍ଦର ପଦ୍ମ ଫୁଲ ଉପରେ । ଫୁଲ ତୋଳିବାକୁ ପୋଖରୀ ଭିତରକୁ ଯାଇ ଆଉ ଫେରି ପାରି ନଥିଲେ ରେବନ୍ତ । ଫଳରେ ପୋଖରୀର ପାଣି ଭିତରେ ବୁଡି ରେବନ୍ତ ପ୍ରାଣ ହରାଇଛନ୍ତି । ଆଜି ସକାଳୁ ତାଙ୍କ ମୃତଦେହ ଏହି ପୋଖରୀରୁ ଉଦ୍ଧାର କରାଯାଇଛି ।