ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ୬୦ କୋଟି ଅନୁମୋଦନ

ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀରେ ବହୁ ପ୍ରତୀକ୍ଷିତ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ନେଇ ଆଗକୁ ବଢିଛି ଟେଣ୍ଡର ପ୍ରକ୍ରିୟା । ବିଶ୍ୱବିଦ୍ୟାଳୟର ନିର୍ମାଣ ଦାୟିତ୍ୱ ଓଡିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ(ଓବିସିସି) ହାତକୁ ନେଇଛି । ତେବେ ଏହି ଟେଣ୍ଡର ପ୍ରକ୍ରିୟାକୁ ଖୁବ ଶୀଘ୍ର ବୋର୍ଡ ଅଫ ଡାଇରେକ୍ଟର୍ସ ତରଫରୁ ଅନୁମୋଦନ ମିଳିବ । ପୁରୀ ସତ୍ୟବାଦୀର ଫୁଲଅଳସା ମୌଜାରେ ପ୍ରତିଷ୍ଠା ହେବ ଏହି ପ୍ରକଳ୍ପ । ଏଠାରେ ଓଡିଆ ଭାଷା ଉପରେ ଉଚ୍ଚଶିକ୍ଷା ପ୍ରଦାନ କରାଯିବା ସହ ଗବେଷଣା ମଧ୍ୟ କରାଯିବ, ଯାହା ପାଇଁ ବୂର୍ତ୍ତ ବିଭାଗ ପ୍ରସ୍ତୁତ କରିଛି ଆର୍କିଟେକ ପ୍ଲାନ ।
ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ୨ଟି ପର୍ଯ୍ୟାୟରେ ମୋଟ ୬୦ କୋଟି ୭୨ ଲକ୍ଷ ଟଙ୍କାର ପ୍ରଶାସନିକ ଅନୁମୋଦନ ରହିଛି । ପ୍ରଥମ ପର୍ଯ୍ୟାୟରେ ୩୯.୧୬ କୋଟି ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୧.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ।