(ନୀଳଗିରି) : ଗାଁର ଯୁବତୀଙ୍କୁ ଦୁର୍ବ୍ୟବହାର ଯୁବକଙ୍କୁ ପଡିଲା ମହଙ୍ଗା । ଗାଁ ଲୋକଙ୍ଗ ଦ୍ୱାରା ଖାଇଲେ ନିସ୍ତୁକ ମାଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ସଜନାଗଡ ଅଞ୍ଚଳରେ । ମାଡ ଖାଇଥିବା ଯୁବକ ଜଣେ ପ୍ରବାସୀ ଓଡ଼ିଆ। ପାଣବନ୍ଧରେ ଆସି ମେଘା ପ୍ରୋଜେକ୍ଟରେ ସୁପରଭାଇଜର କାମ କରନ୍ତି । ସୂଚନା ଅନୁଯାୟୀ ସଜନାଗଡ଼ ବଜାରରୁ ଅଳ୍ପ ଦୁରରେ ଥିବା ପାଣବନ୍ଧ ଗାଁରେ ଜଣେ ଯୁବକ ସେହି ଅଂଚଳରେ କିଛି ଯୁବତୀଙ୍କୁ ଖରାପ ବ୍ୟବହାର କରିବାନେଇ ଅଭିଯୋଗ ହେଉଥିଲା । ଯୁବକଙ୍କ ଏଭଳି କାମରେ ଗ୍ରାମବାସୀ ଅତିଷ୍ଠ ହୋଇ ଆଜି ତାଙ୍କ ହାତଗୋଡ଼ ବାନ୍ଧି ନିର୍ଧୁମ ପିଟିଛନ୍ତି । ଏନେଇ ପୋଲିସ ପାଖରେ ଖବର ନଥିବା ବେଳେ ସ୍ଥାନୀୟ ଗ୍ରାମରକ୍ଷି ମଧ୍ୟ ଜାଣିନାହାନ୍ତି । ପରେ ଘଟଣାକୁ ଚପାଇ ଦେବାକୁ ଷଡଯନ୍ତ୍ର ଆରମ୍ଭ ହୋଇଛି । ଥାନାରେ ଅଭିଯୋଗ ହେବା ବଦଳରେ ଟଙ୍କା ଲୋଭରେ ଘଟଣାର ସମାଧାନ ହୋଇଥିବା ଅଭିଯୋଗ ହୋଇଛି ।ତେବେ ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତା ଯୁବତୀଙ୍କୁ ଦୁର୍ବ୍ୟବହାର କରିବାପାଇଁ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ନକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ଅନୁମତି କିଏ ଦେଲା?