ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା

(ସୋନପୁର / ଓମ ପ୍ରକାଶ ମିଶସ୍ର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ର ବସଷ୍ଟାଣ୍ଡ ନିକଟରେ ୫୭ ତମ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ର ଆଜି ଦ୍ୱିତୀୟ ଦିନ । ଆଜି ସକାଳୁ କୋଭିଡ ନିୟମ ମାନି ପୂଜକ ମଧୁ ଚାନ୍ଦ ପୂଜାର୍ଚ୍ଚନା କରି ଆଳତୀ ଓ ପୁଷ୍ପାଞ୍ଜଳୀର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ କର୍ତ୍ତା ଦାୟୀତ୍ବରେ ଜଗଦିଶ ମେହର ରହିଥିବା ବେଳେ ରୋହିତ ମେହର, ବୁଲୁ କଅଁର, ମୟୁରାମ ପଧାନ, କାହ୍ନୁ ପଧାନ ଙ୍କ ସହ ୫୧ ଜଣ ସଦସ୍ୟ ସାମିଲ ରହିଛନ୍ତି । ଆସନ୍ତା କାଲି ମାଙ୍କ ଭଷାଣି ଉତ୍ସବ ସରକାରୀ ନିୟମ ମାନୀ କୋଭିଡ କଟକଣା ଯୋଗୁଁ ନିୟମ ଅନୁସାରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।