ଦିଲ୍ଲୀରେ ବିଦ୍ୟୁତ ସଂଙ୍କଟ ଦୁଇ ଦିନ ମଧ୍ୟରେ ଅନ୍ଧାର ହେବ ରାଜଧାନୀ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍ ଶକ୍ତି ସଂଙ୍କଟ ଦେଖାଦେବାରେ ଲାଗିଛି । ତାମିଲନାଡୁ , ଆନ୍ଧ୍ରପ୍ରଦେଶ ପରେ ଏବେ ଦିଲ୍ଲୀରେ ଶକ୍ତି ସଂଙ୍କଟ ଘନେଇବାରେ ଲାଗିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେନ୍ଦ୍ରର ସାହାଯ୍ୟ ଲୋଡିଛନ୍ତି । କୋଇଲାର ଆବଣ୍ଟନ ସହତ କୋଇଲା ଚାଳିତ ଶକ୍ତି ଉତ୍ପାଦନ କେନ୍ଦ୍ରର ପୁନରୁତ୍ଥାନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ସଂପ୍ରତି ରାଜଧାନୀ ଦିଲ୍ଲୀ ନୂତନ ସଙ୍କଟ ସୃଷ୍ଟି କରିଛି ବିଦ୍ୟୁତ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ଶନିବାର) କହିଛନ୍ତି ଯେ ଜାତୀୟ ରାଜଧାନୀ ଆଗାମୀ ଦୁଇଦିନ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇପାରେ ଏବଂ ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ତାଙ୍କ ସରକାର ପର୍ୟ୍ୟାପ୍ତ ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଣ କରୁଥିବା ଉତ୍ପାଦନ କାରଖାନାକୁ କୋଇଲା ଏବଂ ଗ୍ୟାସର ପର୍ୟ୍ୟାପ୍ତ ଯୋଗାଣ ବ୍ୟବସ୍ଥା କରିବାରେ ହସ୍ତକ୍ଷେପ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।