ଓଡିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ନୂଆ ବିଚାରପତି

କଟକ : ଆଜି ଦୁଇ ଜଣ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଏସ ମୁରଲିଧର । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ସିଂ ଓ କୋଲକାତା ହୋଇକୋର୍ଟ ବିଚାରପତି ଅରିନ୍ଦମ ସିହ୍ନା ଶପଥ ପାଠ କରିଛନ୍ତି । ଦୁଇ ନୂଆ ବିଚାରପତି ନିଯୁକ୍ତ ହେବା ପରେ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ୧୫ ବିଚାରପତିଙ୍କୁ ଅକ୍ଟୋବର ୫ ତାରିଖ ଦିନ କେନ୍ଦ୍ର ବଦଳିକରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲା ।
୧୯୬୧, ଫେବ୍ରୁଆରି ୨୩ରେ ୨୩ରେ ହରିୟାଣାର ରୋହତକଠାରେ ଜଷ୍ଟିସ ଯଶୱନ୍ତ ସିଂହ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସ୍ନାତକ ପାସ୍ କରିବା ପରେ ସେ ମହର୍ଷି ଦୟାନନ୍ଦ ବିଦ୍ୟାଳୟରୁ ଆଇନ ଓ ଏମବିଏ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ ସେ କାର୍ୟ୍ୟ ଆରମ୍ଭ କରିଥିଲେ। ପ୍ରଥମରୁ ଶୀର୍ଶା ଜିଲ୍ଲା ଅଦାଲତରେ ଆଇନଜୀବୀ ଭାବେ କାର୍ୟ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୮ ଏପ୍ରିଲରୁ ସେ ଚଣ୍ଡିଗଡ଼କୁ ଆସି ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ୟ୍ୟ କରିଥିଲେ। ସେ ହରିୟାଣାର ଆସିଷ୍ଟାଣ୍ଟ ଆଡଭୋକେଟ ଜେନେରାଲ, ଡେପୁଟି ଆଡଭୋକେଟ ଜେନେରାଲ, ବରିଷ୍ଠ ଡେପୁଟି ଆଡଭୋକେଟ ଜେନେରାଲ ଓ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୭, ଡିସେମ୍ବର ୭ରେ ସେ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।