ବଲାଙ୍ଗୀର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ହାତୀ ଆତଙ୍କ ଦେଖିବାକୁ ମିଳିଛି । କ୍ଷେତରେ ଚାଷୀ ଅପେକ୍ଷା ହାତୀଙ୍କ ସଂଖ୍ୟା ଅଧିକ ଦେଖାଯାଉଛି । ଫସଲ ଖାଇ ନଷ୍ଟ କରିଦେବା ସହିତ ଘରଦ୍ୱାର ଭାଙ୍ଗି ଦେଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଠିକ ଏହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସାଲଭେଟା ଅଞ୍ଚଳର ନୁନିଅପାଲି ଗାଁରେ । ଆଜି ଭୋରୁ କିଛି ଗ୍ରାମବାସୀ କ୍ଷେତରେ ହାତୀମାନେ ବୁଲୁଥିବାର ଦେଖିଥିଲେ । ତେବେ ଭରସୁଜା ଜଙ୍ଗଲ ଦେଇ ଏଠାକୁ ହାତୀ ଆସିଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଅଜି ଏଠାରେ ହାତୀମାନଙ୍କୁ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ଏବଂ ଏଲିଫ୍ୟାଣ୍ଟ ଗାର୍ଡ ହାତୀଙ୍କୁ ଜଗି ରହିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ତେବେ ସେମାନଙ୍କର ସୂଚନା ଅନୁଯାୟୀ ହାତୀମାନେ ଏବେ ପାଖ ପାଣ୍ଡେସରା ଗାଁର ଜନବସତିଠୁ ଦୂରରେ ରହିଛନ୍ତି । ତେଣୁ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ବନ ବିଭାଗ ସୂଚନା ଦେଇଛି ।