ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ୟ୍ୟନ୍ତ ପାଳିତ ଏହି ସପ୍ତାହରେ ସମସ୍ତ ୩୨ଟି ୱାର୍ଡରେ ସଫେଇ କାର୍ୟ୍ୟକ୍ରମ, ସ୍ୱଚ୍ଛତା ପଦଯାତ୍ରା, କୁଇଜ ପ୍ରତିଯୋଗିତା, ସଭାସମିତି, ହାନିକାରକ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା କରିବା ସହ ସଫେଇ କର୍ମଚାରୀମାନଙ୍କୁ ସମ୍ମାନୀତ କରାଯାଇଛି । ଆଜି ସନ୍ଧ୍ୟାରେ ନିଳାଦ୍ରି ବେଳାଭୂମିରେ ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଛି । ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ବିଭିନ୍ନ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପୁରୀକୁ ସ୍ୱଚ୍ଛ ରଖିବାକୁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା । ଏହା ସହିତ ସଫେଇ କର୍ମଚାରୀ ମାନଙ୍କୁ ମାନପତ୍ର ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଏନଫୋରର୍ସମେଣ୍ଟ ଅଧିକାରୀ ବୃନ୍ଦାବନ ପତି, ପୌର ସ୍ବାସ୍ଥ୍ୟାଧିକାରୀ ଡଃ ଅଶୋକ କୁମାର ସିଠ, ଓଏସଡି ସନ୍ତୋଷ କୁମାର ମହାନ୍ତି, ଫିଡବ୍ୟାକ ଫାଉଣ୍ଟେସନର କର୍ମକର୍ତ୍ତା, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୈନିକ, ଜମାଦାର ଏବଂ ସିଡି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।