ଟିପର ସହ ହାଇଓ୍ବାର ମୁହାଁମୁହିଁ ଧକ୍କା , ଡ୍ରାଇଭର ମୃତ
ଟିପର ସହ ହାଇଓ୍ବାର ମୁହାଁମୁହିଁ ଧକ୍କା । ଏଭଳି ଏକ ଘଟଣା ଘଟିଛି ବାମେଵାରୀ ଥାନା ଜୁରୁଡ଼ି କ୍ରେଚ୍ ହଟିଂ ନିକଟରେ ।
(ବଡ଼ବିଲ) : ଟିପର ସହ ହାଇଓ୍ବାର ମୁହାଁମୁହିଁ ଧକ୍କା । ଏଭଳି ଏକ ଘଟଣା ଘଟିଛି ବାମେଵାରୀ ଥାନା ଜୁରୁଡ଼ି କ୍ରେଚ୍ ହଟିଂ ନିକଟରେ । ଫଳରେ ଟିପର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ହେଲେ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ରାଇକଳା ଅଂଚଳର ଗୋବିନ୍ଦ ମହାକୁଡ଼ । ବାମେବାରୀ ପୋଲିସ୍ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ତେବେ ହାଇଓ୍ବା ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ , ଆଜି ଭୋରରୁ ଜୁରୁଡ଼ି କ୍ରେଚ୍ ହଟିଂ ନିକଟରେ ଟିପର ସହ ହାଇଓ୍ବାର ମୁହାଁମୁହିଁ ଧକ୍କା ହୋଇଛି।ଦ୍ରୁତ ଗତି ଏବଂ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଫଳରେ ଟିପର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ହେଲେ ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ରାଇକଳା ଅଂଚଳର ଗୋବିନ୍ଦ ମହାକୁଡ଼ । ବାମେବାରୀ ପୋଲିସ୍ ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ତେବେ ହାଇଓ୍ବା ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡିଛି ।