ଗୋପ(ଜୟନ୍ତ କୁମାର ସେଠୀ): ପିପିଲି ଉପ ନିର୍ବାଚନର ଭୋଟ ଗଣତି ପାଇଁ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଆସନ୍ତା ୩୦ ତାରିଖରେ ମତଦାନ ହୋଇ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯିବ । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ ।
ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବୁଲ ଏବଂ ଅନ୍ୟ ଗୋଟିଏ ଟେବୁଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଗଣତି ସମ୍ବନ୍ଧିୟ ସମସ୍ତ ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ପିପିଲି ଓ ଡେଲାଙ୍ଗରେ ଥିବା ବୁଥ ଅଭିମୁଖେ ଯାତ୍ରା କରିବେ । ଏଥିନିମନ୍ତେ ପେଣ୍ଠକଟା ସ୍ଥିତ ୱେୟାର ହାଉସ ଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଆସନ୍ତା ୩୦ ତାରିଖରେ ପୋଲିଂ ଦଳ ଆସିବା ପରେ ଇଭିଏମ ଗୁଡିକୁ ସୁରକ୍ଷିତ ଭାବେ ରଖାଯିବାର ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି ।
ଏହି କାର୍ଯ୍ୟକ୍ରମରେ ସାଧାରଣ ପର୍ୟ୍ୟବେକ୍ଷକ ଏମ ବୀରବ୍ରହ୍ମୟା, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ନାଥଶର୍ମା, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ବିଡିଓ ଏବଂ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।