ବ୍ରୋଞ୍ଜ ପଦକ ବିଜେତା ଶରଦ କୁମାରଙ୍କର ହୃଦଘାତ
ଟୋକିଓ ପାରାଲିମ୍ପିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାରଙ୍କର ହୃଦଘାତ୍ ହୋଇଛି ।
(ଦିଲ୍ଲୀ) : ଟୋକିଓ ପାରାଲିମ୍ପିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ଶରଦ କୁମାରଙ୍କର ହୃଦଘାତ୍ ହୋଇଛି । ସେ ଏବେ ଦିଲ୍ଲୀର ଏମ୍ସ ହସ୍ପିଟାଲ୍ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଆଉ କିଛି ଡାକ୍ତରୀ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରି ରହିଛନ୍ତି । ପୋର୍ଟରେ ତାଙ୍କର ହୃଦଘାତ୍ ହୋଇଥିବା ଜଣାପଡ଼ିଥିଲା । ଶରଦ ଟୋକିଓ ପାରାଲିମ୍ପିକ୍ସର ଟି-୪୨ ହାଇଜମ୍ପ ଇଭେଣ୍ଟରେ ଭାଗ ନେଇଥିଲେ ।
ସୂଚନାନୁଯାୟୀ , ଗତ ସପ୍ତାହ ଛାତିରେ ଯନ୍ତ୍ରଣା ହେବାରୁ ଶରଦଙ୍କୁ ଉକ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ୍ସରୁ ତାଙ୍କ ଘର (ଛତ୍ରପୁର) ପାଖାପାଖି ହୋଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ । ତେବେ ଆଉ କିଛି ଡାକ୍ତରୀ ପରୀକ୍ଷା ପାଇଁ ସେ ପୁଣିଥରେ ହସ୍ପିଟାଲକୁ ଆସିଥିଲେ । ରିପୋର୍ଟରେ ତାଙ୍କର ହୃଦଘାତ୍ ହୋଇଥିବା ଜଣାପଡ଼ିଥିଲା । ଶରଦ ଟୋକିଓ ପାରାଲିମ୍ପିକ୍ସର ଟି-୪୨ ହାଇଜମ୍ପ ଇଭେଣ୍ଟରେ ଭାଗ ନେଇଥିଲେ । ଯୋଗ୍ୟତା ରାଉଣ୍ଡ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ତଥାପି ସେ ପ୍ରତିଯୋଗିତାରୁ ନ ଓହରି ଫାଇନାଲ୍ରେ ଭାଗ ନେବା ସହ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ । ସେ ୧.୮୩ମିଟର ଉଚ୍ଚ ଡେଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।