ଉପନିର୍ବାଚନ ପୂର୍ବରୁ ପିିପିଲିରେ ରାସ୍ତା ରୋକ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ପିପିଲିରେ ଦେଖା ଦେଇଛି ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଏବଂ ପ୍ରଚାର ଗାଡ଼ିକୁ ବାଡ଼େଇବା ଅଭିଯୋଗରେ ରାସ୍ତା ରୋକ କରିଛନ୍ତି ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡ଼ି କର୍ମୀ ମାରିବା ଅଭିଯୋଗରେ ବିଜେପି କର୍ମୀଙ୍କ ତରଫରୁ ପିପିଲି ଜଟଣୀ ରାସ୍ତା ଅବରୋଧ କରାଯାଇଛି । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।