ଗିଫ୍ଟ କାର୍ଡ ପ୍ରଦାନ କରୁଥିବା ୩୦୦୦ ମର୍ଚାଣ୍ଟ ଖାତାକୁ ସିଲ କଲା ଆମାଜାନ
ଆାମାଜନ ୩୦୦୦ଅନଲାଇନ ମର୍ଚାଣ୍ଟ ଖାତା ଉପରେ ଲଗାଇଲା ପ୍ରତିବନ୍ଧକ । ଯେଉଁମାନେ ଆମାଜନର ଷ୍ଟୋରରେ ୬୦୦ଚୀନ ବ୍ରାଣ୍ଡକୁ ସମର୍ଥନ କରୁଥିଲେ।
(ଦିଲ୍ଲୀ) : ଆାମାଜନ ୩୦୦୦ଅନଲାଇନ ମର୍ଚାଣ୍ଟ ଖାତା ଉପରେ ଲଗାଇଲା ପ୍ରତିବନ୍ଧକ । ଯେଉଁମାନେ ଆମାଜନର ଷ୍ଟୋରରେ ୬୦୦ଚୀନ ବ୍ରାଣ୍ଡକୁ ସମର୍ଥନ କରୁଥିଲେ। ଉପଭୋକ୍ତା ସମୀକ୍ଷା ଦୁର୍ବ୍ୟବହାର ଉପରେ ଏପରି ରୋକ ଲଗାଇଛି କମ୍ପାନୀ। ପ୍ରକାଶନ ସଂସ୍ଥା ତରଫରୁ କିଛି ସଂସ୍ଥାକୁ ସୂଚାଇ ଦିଆଯାଇଥିଲା ଯେଉଁମାନେ ଷ୍ଟୋରରେ ନିଜ ପକ୍ଷରେ ମତ ରଖିବାକୁ ଗ୍ରାହକମାନଙ୍କୁ ଲୋଭନୀୟ ଗିଫ୍ଟ କାର୍ଡ ପ୍ରଦାନ କରୁଥିଲେ। ଏପରି ମଧ୍ୟ କିଛି କମ୍ପାନୀ ଯେଉଁ ଗ୍ରାହକମାନେ କମ୍ପାନୀମାନଙ୍କ ବିରୋଧରେ ନିଜର ମତ ରଖିଥିଲେ। ସେମାନଙ୍କୁ ମାଗଣା ଏବଂ କ୍ରୟ ଦ୍ରବ୍ୟର ମୂଲ୍ୟ ମଧ୍ୟ ଫେରସ୍ତ କରିବାକୁ ଅଫର ଦେଇଥିଲେ । ପ୍ରତିବଦଳରେ ସେମାନେ କମ୍ପାନୀମାନଙ୍କ ବିପକ୍ଷରେ ଦେଇଥିବା ମତକୁ ହଟାଇବେ ବୋଲି ଲୋଭନୀୟ ଅଫର ମିଳୁଥିଲା।
ସୂଚନାନୁଯାୟୀ , ଆମାଜନର ଏସିଆ ଗ୍ଲୋବାଲ ସେଲିଂର ଉପାଧ୍ୟକ୍ଷ ସିଂଡି ତାଇ ଚୀନର ସେଣ୍ଟ୍ରାଲ ଟେଲିଭିଜନ ସହ ଏକ ସାକ୍ଷାତକାରରେ କହିଛନ୍ତି କି, ଏହି କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ଚୀନ କିମ୍ବା କୌଣସି ଦେଶକୁ ଟାର୍ଗେଟ କରି ନୁହେଁ। ଏପରି ମଧ୍ୟ କହିଛନ୍ତି ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଚୀନ ବ୍ରାଣ୍ଡ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଦ ବର୍ଜ ସହ ହୋଇଥିବା ଏକ ଭାଗିଦାରୀର ବୟାନରେ ଆାମଜନ କହିଥିଲା କି, ଗ୍ରାହକମାନେ କୌଣସି ଜିନିଷ କ୍ରୟ କରିବାର ନିର୍ଣ୍ଣୟ ପୂର୍ବରୁ ତାର ଉତ୍ପାଦନର ସଠିକ ଯାଞ୍ଚ କରିଥାନ୍ତି। ଆଉ ଆମ ପାଖରେ ସମୀକ୍ଷା ଏବଂ ବିକ୍ରି ଭାଗିଦାରୀ ଦୁଇଟି ଯାକ ଲାଗି ସ୍ପଷ୍ଟ ନୀତି ଅଛି। ଯେଉଁମାନେ ଆମ ସୁବିଧାକୁ ଦୂରୁପଯୋଗ କରିବେ ସେମାନଙ୍କ ଉପରେ ଆମ ତରଫରୁ ନୀତି ଉଲ୍ଲଘଂନ କରିବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।