ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ୬ ମାସ ପାଇଁ ଜେଲ ଦଣ୍ଡ
ବାୟୁମଣ୍ଡଳରୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କଠୋର ନିଷ୍ପତି ନେଲେ ଦିଲ୍ଲୀ ସରକାର। ଏଣିକି ଗାଡି ସହ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ନରଖିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।
(ଦିଲ୍ଲୀ) : ବାୟୁମଣ୍ଡଳରୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କଠୋର ନିଷ୍ପତି ନେଲେ ଦିଲ୍ଲୀ ସରକାର। ଏଣିକି ଗାଡି ସହ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ନରଖିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀ ସରକାର ଏନେଇ ଘୋଷଣା କରିଛନ୍ତି। ଦିଲ୍ଲୀ ପରିବହନ ବିଭାଗ ଅନୁଯାୟୀ, ଯଦି କୌଣସି ଗାଡ଼ି ଚାଳକ ନିଜ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ରଖିବେ ନାହିଁ ତେବେ ବାହନ ମାଲିକଙ୍କୁ ୬ ମାସ ପାଇଁ ଜେଲ ଦଣ୍ଡ କିମ୍ଵା ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ।
ସୂଚନାନୁଯାୟୀ , ଯେଉଁମାନଙ୍କ ନିକଟରେ ପଲ୍ୟୁସନ ସାର୍ଟିଫିକେଟ୍ ନାହିଁ ସେମାନେ ନିକଟସ୍ଥ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଯାଇ ଟେଷ୍ଟ କରିବାକୁ ସରକାର ଅପିଲ୍ କରିଛନ୍ତି। ଏହି ଟେଷ୍ଟିଂ ସେଣ୍ଟର ଗୁଡ଼ିକ ପେଟ୍ରୋଲ ପମ୍ପ କିମ୍ବା ୱାର୍କସପ୍ ନିକଟରେ ଉପଲବ୍ଧ ହେବ। ପେଟ୍ରୋଲ କିମ୍ବା ସିଏନଜି ଦ୍ଵାରା ପରିଚାଳିତ ଦୁଇ ଚକିଆ କିମ୍ବା ୩ ଚକିଆ ବାହନ ପାଇଁ ପ୍ରଦୂଷଣ ଫିସ୍ ୬୦ ଟଙ୍କା ରଖାଯାଇଛି। ସେହିପରି ଚାରି ଚକିଆ ଯାନ ପାଇଁ ୮୦ ଟଙ୍କା ରଖାଯାଇଛି। ଏତଦ୍ ବ୍ୟତୀତ ଡିଜେଲ୍ ଚାଳିବ ବାହନ ଗୁଡ଼ିକ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।