ଗୋପ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିରରେ ଆଜି ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ବଢିବ । ମହାପ୍ରଭୁଙ୍କର ନୂଆ ଲୁଗା ଲାଗି ହେବା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ବଢିବ । ପୁଣି ସନ୍ଧ୍ୟା ଆଳତି ବଢ଼ି ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କରିବେ ଶ୍ରୀଜିଉ । ଏହାପରେ ମଦନମୋହନ ବଡ଼ଦେଉଳକୁ ବେଢ଼ାଏ ବୁଲି ବଟମୂଳେ ବିଜେ ହେବେ । ଜୟବିଳୟ ଦ୍ଵାରଠାରେ ଏକାଦଶୀ ଭୋଗ ବନ୍ଦାପନା ହୋଇ ଦକ୍ଷିଣି ଘରକୁ ବିଜେ କରିବେ ବଡ ଠାକୁର । ପୁଣି କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀରେ ହରି ଉତ୍ଥାପନ ଏକାଦଶୀ ପାଳନ ହେବ। ଏଥି ସହିତ ଶ୍ରାବଣାମକର ନକ୍ଷେତ୍ର, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ଵଜା ପୂଳା ବିଧି ଅନୁଷ୍ଠିତ ହେବ ।