ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ତହସିଲ କାର୍ଯ୍ୟାଳୟରେ ତାଲା

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦାୟିତ୍ୱ ନିର୍ବାହ ଓ ତହସିଲ କାର୍ଯ୍ୟାଳୟରେ ତାଲା ପଡିଥିବା ଦେଖି ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଛନ୍ତି । କାର୍ଯ୍ୟାଳୟ ଖୋଲିବା ଦାୟିତ୍ୱରେ ଥିବା ପିଅନ ଆସି ନ ଥିବାବେଳେ ଜିଲ୍ଳାପାଳ ସ୍ଥାନ ସରଜମିନ ତଦନ୍ତ କରିଥିଲେ । ଏହି ଅବସରରେ ୨ଟି ପେକ୍ସକୁ ତହସିଲଦାର ଅଲେଖ ଘୁଟାଙ୍କ ସହିତ ଯାଇ ସେଠାରେ ସମ୍ପାଦନ ହୋଇଥିବା ଚାଷୀ ପଞ୍ଜୀକରଣ କାର୍ଯ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ । ତହସିଲ କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିବା ବେଳେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର କାର୍ଯ୍ୟାଳୟ ବାହାରେ କିଛି ସମୟ ଧରି ଛିଡା ହେବା ପରେ ଜଣେ କିରାଣି ଓ ପିଅନ ଆସି ଫାଟକ ଖୋଲିଥିଲେ। କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ଅବହେଳା ନେଇ ବାରମ୍ବାର ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।