କିଟ କାମ୍ପସରେ ସାଇନ ଡ଼ାଏ ଘୋଷଣା ପରେ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ

(ରିପୋର୍ଟସ ଟୁଡେ): ଶନିବାର ଅପରାହ୍ନ ପ୍ରାୟ ୪ଟାରେ ୧୫ କିଟ୍‌ ଲ’ କଲେଜର ଆଇନ ଛାତ୍ରୀଙ୍କୁ ଜଣେ ଇଞ୍ଜିନିୟରିଂ ଛାତ୍ର କମେଣ୍ଟ କରିବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିଲା। ଫଳରେ କିଟ କ୍ୟାମ୍ପସ ପାଲଟିଥିଲା ରଣକ୍ଷେତ୍ର । କାମ୍ପସ ପରିସରରେ ପରିସ୍ଥିତି ଅଣଆୟ୍ତ୍ତ ହେବା ଫଳରେ ସାଇନ ଡାଏ ଘୋଷଣା କରିଥିଲେ କଲେଜ କତୃପକ୍ଷ । ବିନା କୌଣସି ସୁରକ୍ଷାରେ ବିଳମ୍ବତି ରାତିରେ ବସ ସାହାର୍ଯ୍ୟରେ ଭୁବନେଶ୍ୱର ରେଲୱେ ଷ୍ଟେସନ ଓ ଏୟାରପୋର୍ଟରେ ଛାଡିଦିଆଯାଇଥିଲା ଛାତ୍ରଛାତ୍ରୀଙ୍କୁ । ହେଲେ ଟିକେଟ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବା ହଇରାଣ ହୋବାକୁ ପଡ଼ିଥିଲା । କାହା ପାଖରେ ଟିକେଟ ପାଇଁ ପଇସା ନଥିଲା ତ ଅନ୍ୟ କାହାକୁ ଟିକେଟ ମିଳିଥିଲେ ମଧ୍ୟ ଟ୍ରେନ ବିଳମ୍ବ ଥିବା ହେତୁ ରାତି ତମାମ ରେଲୱ ଷ୍ଟେସନରେ କାଟ଼ିବାକୁ ପଡ଼ିଥିଲା ।
ଅନ୍ୟପଟେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇ ନାହିଁ। କଲେଜ ସ୍ବାଭାବିକ ଭାବେ ଚାଲିଛି। ପ୍ରତିଷେଧମୂଳକ ପଦକ୍ଷେପ ଭାବେ କେବଳ ୨ଟି ଛାତ୍ରାବାସକୁ ଖାଲି କରାଯାଇଛି। କୌଣସି ଛାତ୍ର ଆଇସିୟୁରେ ନାହାନ୍ତି। ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା। ସମସ୍ତଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି।