ଭୁବନେଶ୍ୱର : ରସୁଲଗଡ କ୍ରସିଂରେ ବେଆଇନ ନିଶା ଦ୍ରବ୍ୟ ଚାଳାଣ ବେଳେ ଦୁଇଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଏସଟିଏଫ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ରକିବୁଲ ଲସ୍କର ଏବଂ ସୁଧ୍ୟ୍ୟନା ଗାଏନ । ଏହି ଦୁଇଜଣଙ୍କ ଘର ପଶ୍ଚିମବଙ୍ଗରେ । ସେମାନଙ୍କ ପାଖରୁ ୧କେଜି ୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଭୁବନେଶ୍ୱର ଏସଟିଏଫ । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ସହିତ କୋର୍ଟ ଚାଲାଣ କରିଛି ପୋଲିସ । ଗତ୧୦ ବର୍ଷ ଭିତରେ ଯେତିକି ବ୍ରାଉନସୁଗାର ଜବତ ହୋଇଥିଲା, କେବଳ ୨୦୨୦ରେ ସେତିକି ପରିମାଣର ବ୍ରାଉନସୁଗାର ଜବତ ଅଛି । ତେବେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସୁଛି, ସେନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ଖୋଳତାଡ଼ କରୁଥିବା ଜଣାଯାଇଛି।