(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମ ରାସ୍ତାର ବଘିଆ ଛକରେ ତରଭା ପୋଲିସ ଏକ ବାଇକରୁ ୮୦ ଲିଟର ଦେଶୀମଦ ଜବତ କରିଥିବା ସହ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ଝାଡ଼ଖଣ୍ଡ ପଲାମୁ ଜିଲ୍ଲା ନିଉ ବଜାର ଥାନା ଅନ୍ତର୍ଗତ ଝରସା ଗ୍ରାମର ପ୍ରିନ୍ସ କୁମାର ଗୁପ୍ତା (୨୫) ଓ ବିହାର ରାଜ୍ୟ ଆରା ଜିଲ୍ଲା କୋଲିବାର ଥାନା ଅନ୍ତର୍ଗତ ସକାଡି ଗ୍ରାମର ବ୍ରଜେଶ କୁମାର (୨୩) ବୋଲି ଜଣାପଡିଛି । ପୋଲିସ ଏକ ମାମଲା ରୁଜୁକରି ବାଇକ ଓ ମଦ ଜବତ କରିବା ସହ ପ୍ରିନ୍ସ ଓ ବ୍ରଜେଶଙ୍କୁ କୋର୍ଟଚାଲାଣ କରାଯାଇଥିବା ତରଭା ଆଇ.ଆଇ.ସି. ନିରଞ୍ଜନ ଦାସ ଜଣାଇଛନ୍ତି। ଅଭିଯୁକ୍ତ ମାନେ କଣ୍ଟାମାଳ ଅଞ୍ଚଳରେ ରହି ବଲାଙ୍ଗିର ଜିଲ୍ଲାକୁ ମଦ ଚାଲାଣ କରୁଥିଲେ ବୋଲି ତରଭା ଥାନା ଅଧିକାରୀ ନିରଞ୍ଜନ ଦାସ କହିଛନ୍ତି।