ଗୋପ(ଜୟନ୍ତକୁମାର ସେଠୀ) : ପୁରୀରେ ଅନେକ ବସ୍ତି ବାସିନ୍ଦା ରାଜ୍ୟ ଜାଗା ମିଶନ ଯୋଜନାରୁ ବାଦ ପଡିଛନ୍ତି । ବିଭିନ୍ନ ନୀୟମକୁ ଆଳ କରି ପୁରୀ ଜିଲ୍ଲା ପ୍ରଶାସନ ବସ୍ତି ବାସିନ୍ଦା ଙ୍କୁ ପଟା ପ୍ରଦାନ କରୁନଥିବା ଅଭିଯୋଗ ନେଇ ଆଜି ସିଟି ରୋଡ଼ ବାଙ୍କୀ ମୁହାଣ ଅଂଚଳର ୪ଟି ବସ୍ତି ବାସିନ୍ଦା ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ତାଙ୍କ ବସ୍ତି ଅଞ୍ଚଳ ଜଳାସୟ କିସମ ଜାଗା ହୋଇ ଥିବା ଯୋଗୁ ପ୍ରଶାସନ ତାଙ୍କୁ ପଟା ପ୍ରଦାନ କରୁନାହଁ। ଫଳରେ ସହ ସହ ପରିବାର ପଟା ପାଇବା ରୁ ବଂଚିତ ହୋଇ ଚନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହ ସରକାର ସହିତ ଆଲୋଚନା କରି ନୀୟମ ପରିବର୍ତ୍ତନ କରି ବସ୍ତି ବାସିନ୍ଦା ଙ୍କୁ ପଟା ପ୍ରଦାନ ପାଇଁ ଦାବି କରାଯାଇଛି। ଯଦି ପ୍ରଶାସନ କି ସରକାର ୧୫ ଦିନ ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ନିଜ ହକ ପାଇଁ ବାଧ୍ୟ ହୋଇ ବସ୍ତି ବାସିନ୍ଦା ରାଜ ରାସ୍ତା କୁ ଓଲ୍ହାଇବା ସହ ବ୍ୟାପକ ଆନ୍ଦୋଳନ କରିବ ବୋଲି ବସ୍ତି ବାସିନ୍ଦା ଚେତାବନୀ ଦେଇଛନ୍ତି ।