କର୍ଣ୍ଣାଲରେ କୃଷକଙ୍କ ମହାପଞ୍ଚାୟତ ଡାକରା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ପରେ ଆଜି ହରିୟାଣାର କର୍ନଲଠାରେ ମହାସମାବେଶ କରି ମିନି ସଚିବାଳୟକୁ ଘେରାଉ କରିବା ଡାକରା ଦେଇଛନ୍ତି। ଚାଷୀମାନଙ୍କ ଉପରେ ଗତମାସ ୨୮ ତାରିଖରେ ଏଠାରେ ହୋଇଥିବା ଲାଠିମାଡ଼ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଡାକରା ଦେଇଛନ୍ତି । ଅନିର୍ଦ୍ଧିଷ୍ଟ କାଳ ପାଇଁ ମିନି ସଚିବାଳୟ ଘେରାଉ ଘୋଷଣାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସରକାର ଆଜି ରାତି ୧୨ଟା ପର୍ୟ୍ୟନ୍ତ ୫ ଜିଲ୍ଲାରେ ସମସ୍ତ ଇଣ୍ଟରନେଟ ସେବା ଏବଂ ଏସଏମ୍ଏସ ସେବା ବନ୍ଦ ରହିବ ।
ରାଜରାସ୍ତା ଏବଂ ମିନି ସଚିବାଳୟକୁ ଆସନ୍ତାକାଲି ଘେରାଉ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କର୍ନଲ ଜିଲ୍ଲାପାଳ କହିଛନ୍ତି। ଚାଷୀମାନଙ୍କ ସହିତ ଆମେ କଥା ହୋଇଛୁ। ସେମାନଙ୍କ ଦାବି ଯଥାର୍ଥ ନୁହେଁ।
ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ଏବଂ ଅଧିକାରୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ଜିଲ୍ଲାରେ ଯେଭଳି ବହୁସଂଖ୍ୟାରେ ଲୋକ କୌଣସି ସ୍ଥାନରେ ଏକତ୍ର ହେବେ ନାହିଁ ସେଥିପାଇଁ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ହରିୟାଣା ଭାରତୀୟ କିଷାନ ସଂଘ ମୁଖ୍ୟ ଗୁରନାମ ସିଂହ ଚାରୁନି କହିଛନ୍ତି, କର୍ନଲ ପ୍ରଶାସନ ସହ ହୋଇଥିବା ବୈଠକରୁ କୌଣସି ଫଳାଫଳ ମିଳିନାହିଁ। ଚାଷୀ ସଂଗଠନ ଗୁଡ଼ିକ କର୍ନଲ ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦାବି କରିଛନ୍ତି। ଏଥିସହିତ ଲାଠିମାଡ଼ରେ ମୃତ୍ୟୁବରଣ କରିଥିବା ଚାଷୀ ସୁଶୀଲ କାଜଲଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ତାଙ୍କର ନିକଟ ସଂପର୍କୀୟଙ୍କୁ ଚାକିରି ଦେବା ସହିତ ଆହତ ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ, ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ଦାବି କରାଯାଇଛି।