ରାଜ୍ୟରେ ଥାନା ଓ ଫାଣ୍ଡିର ଅଭାବ

ଭୁବନେଶ୍ବର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନୟାଗଡ ରଣପରର ଶାସକ ଦଳ ବିଧାୟକ ସତ୍ୟନାରାୟଣ ପ୍ରଧାନ । ପ୍ରଶ୍ନକାଳରେ ସେ କହିଛନ୍ତି ରାଜ୍ୟରେ ଥାନା ଓ ଫାଣ୍ଡିର ଅଭାବ ରହିଛି। ଅସାମାଜିକ କାର୍ୟ୍ୟକଳାପ ବୃଦ୍ଧି ପାଉଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଛି ବୋଲି ସେ କହିଛନ୍ତି।
ରାଜ୍ୟରେ ନୂଆ ଥାନା ଓ ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ବିଧାନସଭାରେ ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରିବା ପାଇଁ ୬୦ଜଣ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଏବଂ ବିଧାୟକମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ୟ୍ୟକାରୀ ହେଉ ନଥିବାରୁ ଆଜି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।