ସ୍ତ୍ରୀର ଗଳାଚିପି ହତ୍ୟା

ବଲାଙ୍ଗିର : ବଲାଙ୍ଗିରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ସ୍ତ୍ରୀର ତଣ୍ଟିଚିପି ହତ୍ୟାକରିଛି ସ୍ୱାମୀ । ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଲୋଇସିଂଙ୍ଗା ଥାନା ଅର୍ନ୍ତଗତ ଫଟ୍ଟାମୁଣ୍ଡା ଗାଁରେ । ଶଶୁର ଘରେ ସ୍ତ୍ରୀର ତଣ୍ଟିଚିପି ହତ୍ୟାକରିଛି ସ୍ୱାମୀ । ମୃତ ମହିଳାଙ୍କ ନାଁ କସ୍ତୁରୀ ସାହୁ। ୭ ବର୍ଷ ତଳେ ସେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁର ଗାନ୍ଧୀଲାଲ ସାହୁଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଅଭିଯୋଗ ଅନୁଯାୟୀ, ଗାନ୍ଧୀଲାଲ ମଦ ପିଇ କସ୍ତୁରୀଙ୍କ ସହିତ ମାରପିଟ କରନ୍ତି। ସେଥିପାଇଁ ତିନି ମାସ ତଳେ କସ୍ତୁରୀ ତାଙ୍କ ବାପ ଘର ଫଟାମୁଣ୍ଡାକୁ ଚାଲି ଆସିଥିଲେ। ମାସେ ହେଲା ଗାନ୍ଧୀଲାଲ ମଧ୍ୟ ଆସି ଶ୍ୱଶୁର ଘରେ ରହୁଥିଲେ। ଗତକାଲି ବିଳମ୍ୱିତ ରାତିରେ ଗାନ୍ଧୀଲାଲ ତଣ୍ଟିଚିପି କସ୍ତୁରୀଙ୍କୁ ହତ୍ୟା କରିବା ପରେ ଫେରାର ହୋଇ ଯାଇଛନ୍ତି ।