ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଗୋପ (ଜୟନ୍ତ କୁମାର ସେଠୀ): ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ପରିଚଳନା ନେଇ ସେପ୍ଟେମ୍ବର ୬ ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜନ କରାଯିବ । ତେବେ ପୁଣିଥରେ ଇଭିଏମ କମିଶନିଂ ସହ ଯାଞ୍ଚ କରାଯିବ ଏବଂ ପ୍ରାର୍ଥୀମାନେ କେବଳ ପ୍ରଚାର କରିପାରିବେ ।
କଂଗ୍ରେସ ବିଧ୍ୟାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ନିର୍ବାଚନ ସ୍ଥଗିତ ରଖାଯାଇଥିବା ବେଳେ କରୋନାର ଦ୍ୱିତୀୟ ଲହର ଯୋଗୁଁ ନିର୍ବାଚନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ତେବେ ପୁଣିଥରେ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନୂତନ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଏପ୍ରିଲ ୨୬ରେ ନାମାଙ୍କନ ଦାଖଲ କରିଥିଲେ । ମେ ୧୬ ରେ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା ତାରିଖ । ମାତ୍ର କୋଭିଡ ଯୋଗୁଁ ନିର୍ବାଚନ ସ୍ଥଗିତ ଥିବାବେଳେ ଏବେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ଏବଂ ଆକ୍ଟୋବର ୩ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ପିପିଲି ଜନସାଧାରଣ ପିପିଲି ଉପନିର୍ବାଚନରେ ପରିବାର ବାଦ ରାଜନୀତି କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେପି ପ୍ରାର୍ଥୀ ଆଶ୍ରିତ କହିଥିବା ବେଳେ ପିପିଲି ଉପନିର୍ବାଚନରେ ବିଜେପି ପିପିଲିର ବିଜେଡ଼ି ଗଡ଼କୁ ଦଖଲ କରି ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ।