ଓ୍ବେବ୍‌ ଚ୍ୟାନେଲ ଫୋକସ ପ୍ଲସର ସମ୍ପାଦକ ଗିରଫ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ ଘଟଣାରେ ଓ୍ବବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖରଙ୍କୁ ଶେଖର ରାଉତ ନାମକ ଯୁବକଙ୍କୁ ଆଜି ଗିରଫ କରିଛି ମହିଳା ଥାନା ପୋଲିସ୍ । ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଏକ ୱେବ୍ ପୋର୍ଟାଲ ସଂପାଦକ ବ୍ଲାକ୍ ମେଲିଂ କରିବା ସହ ସୋସିଆଲ୍ ମିଡିଆରେ ତାଙ୍କ ସଂପର୍କରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ଏନେଇ ଗତ ୧ ତାରିଖ ଦିନ ଦୂତି ଚାନ୍ଦ ଥାନରେ ୩ ଜଣଙ୍କ ନାମରେ ଏତଲା ଦେଇଥିଲେ।
ମହିଳା ଥାନା ପୁଲିସ୍ ଅଭିଯୁକ୍ତ ସୁଧାଂଶୁ, ସ୍ମୃତିରଞ୍ଜନ ଓ ପ୍ରଦୀପଙ୍କ ବିରୋଧରେ ଦଫା ୨୦୨-ଏ (ଅତି ଅଶ୍ଳୀଳ ବିଷୟରେ ଯାହାକି ଲୋକଙ୍କୁ ପ୍ରତାରିତ କରିବା ନିମନ୍ତେ ଉଦ୍ଦିଷ୍ଟ), ୩୫୪-ଏ (ଯୌନ ନିର୍ୟାତନା), ୩୮୫ (ଜୁଲମବାଜି କରିବା ନିମନ୍ତେ ବ୍ୟକ୍ତିକୁ ଭୟଭୀତ କରିବା), ୫୦୬ (ଅପରାଧୀକ ଭୟ ପ୍ରଦର୍ଶନ), ୫୦୯ (ନାରୀର ଇଜ୍ଜତକୁ ଅପମାନିତ କରିବା ଉଦ୍ଦେଶ୍ୟରେ କୌଣସି ଉକ୍ତି ଅଙ୍ଗଭଙ୍ଗୀ କାର୍ୟ୍ୟ), ୧୨୦-ବି (ଅପରାଧୀକ ଷଡ଼ଯନ୍ତ୍ର କରିବା)ରେ ମାମଲା ରୁଜୁ କରିଥିଲା
ଦୂତି ୨ ଥର ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରି ରାଜ୍ୟର ଗୌରବ ବଢ଼ାଇଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସ ସମୟରେ ସେ ନିଜ ଇଭେଣ୍ଟ ପାଇଁ ବ୍ୟସ୍ତ ଥିବାବେଳେ ସୋସିଆଲ ମିଡିଆ ଏବଂ ଏହି ୱେବ୍ ପୋର୍ଟାଲ ତାଙ୍କ ପରିବାର ଓ ତାଙ୍କୁ ନେଇ ବହୁ ଆପତ୍ତିଜନକ ଖବର ପ୍ରକାଶ କରିଥିଲେ । ତାକୁ ନେଇ ଦୂତି ମାନସିକ ଚାପରେ ଥିଲେ ।