ବଲାଙ୍ଗୀର : ବିଧାନସଭାର ମୌସୁମି ଅଧିବେଶନରେ ଚାଷୀକୁ ନେଇ ହୋହାଲ୍ଲା । ଗୋଟିଏ ଦିନରେ ମରୁଡିକୁ ନେଇ ପ୍ରଶ୍ନ ଉତ୍ତରର ଖେଳ । ଏହି ସବୁ ଘଟଣା ଗୋଟିଏ ଦିନ ନଯାଉଣୁ ବଲାଙ୍ଗିରରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛି । ଉକ୍ତ ଗ୍ରାମର ରେଚକା ବନଛୋର (୬୦) ଗୁରୁବାର ଚାଷ ଜମିରୁ ଫେରିବା ପରେ ଘରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବର୍ଷା ଅଭାବରୁ ତାଙ୍କର କପା ଓ ଧାନ ଚାଷ ନଷ୍ଟ ହୋଇଥିବା ବେଳେ ଫସଲ ନଷ୍ଟ ଯୋଗୁ ଜମିରୁ ଫେରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଦ୍ୱିତୀୟ ଦିନରେ ମରୁଡି ଓ ଚାଷୀ ପ୍ରସଙ୍ଗ ବିଧାନସଭାରୁ ଉଭାନ ହୋଇଯାଇଛି । ମରୁଡି ଚାଷଜମିରୁ ଆସି ବିଧାନସଭାରେ ପହଞ୍ଚିିଛି । ମରୁଡି ଚାଷିପାଖରୁ ଆସି ବିଧାୟକଙ୍କ ପାଖରେ ପହଞ୍ଚିଛି ।