ସ୍ୱାସ୍ଥ୍ୟ ବିଭାଗକୁ ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସ୍ୱେଛାସେବୀ ସଂସ୍ଥା ରେଆର ତରଫରୁ ସ୍ୱାସ୍ଥ୍ୟ ବିଭାଗକୁ ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କରାଯାଇଛି । ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶଙ୍କ ଦ୍ୱାରା ୧୬ ଗୋଟି ଅମ୍ଳଜାନ ସାନ୍ଧ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ପ୍ରଦାନ କରାଯାଇଛି । ଏଥିରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, ଲକ୍ଷଣ ସା, ରୋଜି ସା, ମିତାଲି ସାହୁ, ରଶ୍ମିତା ବାରିକ, ତୃପ୍ତିମୟୀ ପଧାନ, ସୁଦାମ ଗାଇଗରିଆ, ଭୁବନଲାଲ ସତନାମୀ, ଦେବ ପଧାନ ଉପସ୍ଥିତ ଥିଲେ।