ବାଲୁକା କଳାରେ ଶୁଭେଚ୍ଛା

ଗୋପ(ଜୟନ୍ତ କୁମାର ସେଠୀ): ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଭାରତର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲଙ୍କୁ ରୌପ୍ୟ ପଦକ ମିଳିଛି । ପାରାଅଲିମ୍ପିକ୍ସରେ ପଦକ ଜିତିବାରେ ଭାବିନା ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳୀ । ଏହି ଅବସରରେ ତାଭ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କର ଏହି ସଫଳତା ପାଇଁ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା ଦ୍ୱାରା ତାଭ୍କୁ ଶୁଭେଚ୍ଛା ଜଣାଇଛନ୍ତି ।