ବାଲୁକା କଳାରେ କାବୁଲ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ

ଗୋପ(ଜୟନ୍ତ କୁମାର ସେଠୀ): କାବୁଲ ଏୟାର ପୋର୍ଟରେ ISIS ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣରେ ଶତାଧିକ ଲୋକ ମୃତ୍ୟୁବରଣ କରିବା ସମଗ୍ର ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏଭଳି ଆକ୍ରମଣକୁ ସାରା ବିଶ୍ୱରେ କଡା ନିନ୍ଦା କରାଯାଉଛି । ତେବେ ଏହି ପ୍ରସଙ୍ଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେଣୁ ଏ ନେଇ ପୁରୀ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରି ବିସ୍ଫୋରଣେରେ ପ୍ରାଣ ହରାଇଥିବା ମୃତକ ମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୃଥିବୀରେ ସମସ୍ତ ବ୍ୟକ୍ତି ହିଂସା ଛାଡି ଶାନ୍ତିରେ ରହିବା ପାଇଁ ଏହି ଚିତ୍ରକଳାରେ ବାର୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।