ବାଲୁକା କଳାରେ ପ୍ରଭୁ କୃଷ୍ଣଙ୍କୁ ପ୍ରାର୍ଥନା

ଗୋପ(ଜୟନ୍ତ କୁମାର ସେଠୀ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ସମସ୍ତଙ୍କୁ ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ କୋଭିଡ ମହାମାରୀ କବଳରୁ ଦେଶବାସୀଙ୍କୁ ରକ୍ଷା କରିବାପାଇଁ ପ୍ରଭୁ କୃଷ୍ଣଙ୍କୁ ଏହି ଚିତ୍ରକଳାରେ ପ୍ରାର୍ଥନା କରାଯାଇଛି । ଏହି ବାଲୁକା ଚିତ୍ରକଳାରେ ଭଗବାନ କୃଷ୍ଣଙ୍କ ବାଲ୍ୟଲୀଳାକୁ ଅତି ସୁନ୍ଦର ଓ ନିଖୁଣ ଭାବେ ସ୍ଥାନ ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।