(ରାଜେଶ ସାହୁ): ଅନେକ ଦିନର ଅପେକ୍ଷା ପରେ ଟୁଟିବ ସବୁ ଅଙ୍କର ସମାଧାନ । ଛାମୁଙ୍କର ଯ୍ଖଶ ନୟନ ହେବ ପାଇବ ସେ ମନ୍ତ୍ରୀପଦ । ଏନେଇ ବିଜେଡି ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା ହୋଇସାରୀଥିବା ସୂଚନା ମିଳଇଛି । ଆଗାମୀ ଦିନରେ ଅନେକ ହେବୀ ହେବୀ ନେତା ପାର୍ଟିରେ ଯୋଗ ଦେବାର ମଧ୍ୟ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି ।
ସେହିପରୀ ଖୁବଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ। ନିକଟରେ ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପରେ ଖୁବଶୀଘ୍ର ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ସମୀକ୍ଷା ଚାଲିଛି। ଏଥିସହିତ ୨ ବର୍ଷ ମଧ୍ୟରେ ମନ୍ତ୍ରୀମାନଙ୍କ କାର୍ୟ୍ୟ ଦକ୍ଷତାକୁ ନେଇ ଚାଲିଛି ରିପୋର୍ଟ କାର୍ଡ ପ୍ରସ୍ତୁତ। ଅନ୍ୟପକ୍ଷରେ ଚଳିତଥର ଅଭିଜ୍ଞ ଓ ଦକ୍ଷ ଚେହେରା ଭିତ୍ତିରେ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି ବୋଲି ବିଜେଡି ପାୱାର କରିଡର ରେ ଚର୍ଚ୍ଚା ଚାଲିଛି।
ସୂଚନାଯୋଗ୍ୟ ଯେ ଏଥର ନବୀନଙ୍କ କ୍ୟାବିନେଟରେ କିଛି ନୂଆ ମୁହଁଙ୍କୁ ଦେଖିବାକୁ ମିଳିପାରେ। ୮ଜଣ ମନ୍ତ୍ରୀଙ୍କ ବିଭାଗ ବଦଳିବା ସହିତ ୭ଜଣ ମନ୍ତ୍ରୀ କ୍ୟାବିନେଟରୁ ବାଦ୍ ପଡି ପାରନ୍ତି। ଅନ୍ୟପଟେ ବାଚସ୍ପତି ଓ ଅର୍ଥମନ୍ତ୍ରୀଙ୍କ ବଦଳକୁ ନେଇ ପାୱାର କରିଡରରେ ଚର୍ଚ୍ଚା ମଧ୍ୟ ଚାଲିଛି। ଯଦି ସେମିତି ହୁଏ । ତେବେ ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ନୂଆ ବାଚସ୍ପତିଙ୍କୁ ଦେଖିବ।
ତେବେ ଗଞ୍ଜାମ ରାଜନୀତିକୁ ସଶକ୍ତ କରିବା ପାଇଁ ବର୍ତ୍ତମାନ ର ବାଚସ୍ପତି ଶ୍ରୀ ସୂର୍ୟ୍ୟନାରାୟଣ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପ୍ରଦାନ କରିପାରନ୍ତି। ଅନ୍ୟପକ୍ଷରେ ନୂଆ ବାଚସ୍ପତି ତାଲିକାରେ ନିରଂଜନ ପୂଜାରୀ, ପ୍ରମିଳା ମଲିକ,ପ୍ରଦୀପ ଅମାତ ପ୍ରମୁଖଙ୍କ ନାମ ଆସୁଛି। ଯଦି ଶ୍ରୀମତୀ ମଲିକ୍ ବାଚସ୍ପତି ହେବେ ତାହାଲେ ଶାସକ ଦଳ ମୁଖ୍ୟ ସଚେତକ ବଦଳିବେ ଏହି ପଦ ପାଇଁ ଆମର ଶତପଥୀଙ୍କ ନାମକୁ ନେଇ ଚର୍ଚ୍ଚା କରାଯାଉଛି।
ଠିକ୍ ସେହିପରି ନିରଂଜନ ପୂଜାରୀ ବାଚସ୍ପତି ହେଲେ ଅର୍ଥମନ୍ତ୍ରୀ କିଏ ହେବ ତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି। ତେଣୁ ନବୀନ ଚଳିତ ଥର ଅଭିଜ୍ଞ,ଆନୁଗତ୍ୟ ଓ ଜିଲ୍ଲା ପ୍ରତିନିଧିତ୍ୱ ଭିତ୍ତିରେ ମନ୍ତ୍ରୀ ପଦ ଦେଇପାରନ୍ତି। ନବୀନ ଯେଉଁ ଯୁବଗୋଷ୍ଠୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ ସେମାନଙ୍କ ପ୍ରଦର୍ଶନ ଏତେ ପ୍ରଭାବୀ ନଥିଲା ବୋଲି ଆଲୋଚନା ହେଉଛି ।
ଯେଉଁମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ସେମାନେ ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିପରନ୍ତି। ଏହି ନୂତନ ମନ୍ତ୍ରୀ ମଣ୍ଡଳରେ ସମ୍ଭାବ୍ୟ ଚେହେରା ରୂପେ ରୋହିତ ପୂଜାରୀ,ଅତନୁ ସବ୍ୟସାଚୀ ନାୟକ, ବ୍ରଜ ପ୍ରଧାନ ,ପ୍ରଶାନ୍ତ ମୁଦୁଲି ଓ ଭୁପିନ୍ଦର ସିଂ ଆଦିଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ତେବେ ଦେଖିବାକୁ ବାକି ରହିଲା ନବୀନ କେବେ ନୂତନ ମନ୍ତ୍ରୀମଣ୍ଡଳ ଅନୁମୋଦନ କରୁଛନ୍ତି । ଅନ୍ୟପଟେ ଏହି ଖବର ପ୍ରଚାର ହେବା ପରେ ନେତା ମାନେ ନିଜ ଗଡ଼ଫାଦର ଙ୍କ ପାଖେ ଭିଡ଼ ଜମାଉଥିବା ବେଳେ ସୁପ୍ରିମୋ ଙ୍କୁ ଇଂପ୍ରେସ କରିବାକୁ ଲାଗିପଡିଛନ୍ତି । ଏହା ସହ ମଧ୍ୟ ଭଦ୍ରକର ଜଣେ ଏଥର ମନ୍ତ୍ରୀପଦରେ ସ୍ଥାନ ପାଇପାରେ ବୋଲି ଚର୍ଚ୍ଚା ଜୋର ଧରୀଛି ।