ଭୁବନେଶ୍ଵର(ସ୍ମୃତି ରଞ୍ଜନ): ଭାରତ ସ୍ଵାଧିନତାକୁ ପୁରିଛି ୭୪ ବର୍ଷ। ୭୫ ବର୍ଷରେ ପାଦ ଥାପିଛି ଏହି ସ୍ଵତନ୍ତ୍ର ଭାରତ। ତେଣୁ ଆଜିର ଏହି ପବିତ୍ର ଦିବସରେ ଭାରତର କୋଣ ଅନୁକୋଣରେ ଫର ଫର ହୋଇ ଉଡୁଛି ଦେଶର ତ୍ରିରଙ୍ଗା ପତାକା। ଜାତୀୟ ସଙ୍ଗୀତ ସହିତ ଭାରତ ମାତା ଏବଂ ଦେଶକୁ ସ୍ଵାଧୀନତା ଦେଇଥିବା ଭାରତ ମାଟିର ସେହି ବୀର ସନ୍ତାନ ମାନଙ୍କ ଜୟ ଜୟକାରରେ ପ୍ରକମ୍ପିତ ହୋଇ ଉଠୁଛି ସାରା ଭାରତ। ବ୍ରିଟିଶ କବଳରୁ ସ୍ଵାଧୀନ ହେବାର ୭୪ ବର୍ଷ ଅତିକ୍ରମ କରି ସାରିଛି ଭାରତ। କିନ୍ତୁ ଏବେ ଦେଶ କୋରୋନା ଭଳି ଏକ ଭୟଙ୍କର ମହାମାରୀ ଅଧୀନରେ ରହିଯାଇଛି। ତେଣୁ ଭାରତୀୟମାନେ ପବିତ୍ର ଦିବସକୁ ସରକାରଙ୍କ କୋରୋନା ଗାଇଡଲାଇନ ଅନୁଯାୟୀ ପାଳନ କରିଛନ୍ତି। ଯଥା ସମ୍ଭବ କମ ଲୋକଙ୍କ ସହିତ କେବଳ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।


ଦୀର୍ଘ ୨୦୦ ବର୍ଷର ଅନ୍ୟାୟ ଅତ୍ୟାଚାର ସହିବା ପରେ ଆଜି ଦିନରେ ଭାରତ ନିଜ ସ୍ଵାଧୀନ ହାସଲ କରିଥିଲା। ଏ ମାଟିର ଲକ୍ଷ ଲକ୍ଷ ସନ୍ତାନ ଏକଜୁଟ ହୋଇ ବ୍ରିଟିଶ ମାନଙ୍କୁ ତଡି ଦେବା ସହିତ ଭାରତକୁ ଦେଇଥିଲେ ଆଉ ଏକ ସ୍ଵତନ୍ତ୍ର ପରିଚୟ। ଜାତୀୟ ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଲାଲ ବାଲ ପାଲ, ସହିଦ ବାଜି ରାଉତ, ବୁଦ୍ଧ ଭଗତ ସିଂହଙ୍କ ଭଳି ସାହସୀ ଏବଂ ନିର୍ଭିକ ଭାରତୀୟଙ୍କ ପାଇଁ ଦେଶକୁ ସ୍ବାଧୀନ ମିଳିଥିଲା।

ଅନେକ ଚେଷ୍ଟା ପରେ ଆଜିକୁ ଠିକ ୭୫ ବର୍ଷ ଅର୍ଥାତ୍ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତିରେ ବ୍ରିଟିଶ ସରକାର ଏମାନଙ୍କ ଦେଶପ୍ରେମ ଆଉ ତ୍ୟାଗ ଆଗରେ ହାର ମାନିଥିଲେ। ତେଣୁ ରାତାରାତି ଦେଶ ଛାଡି ନିଜ ଦେଶକୁ ଫେରି ଯାଇଥିଲା ବ୍ରିଟିଶ। ପରଦିନ ଅଗଷ୍ଟ ୧୫ ତାରିଖରେ ଭାରତର ପୂର୍ବ ଆକାଶର ସ୍ଵାଧିନତାର ପ୍ରଥମ ସୂର୍ଯ୍ୟୋଦୟ ହେଇଥିଲା। ସେହି ଦିନଠୁ ଭାରତ ଅଗଷ୍ଟ ୧୫ ତାରିଖକୁ ସ୍ଵାଧିନତା ଦିବସ ଭାବେ ପାଳନ କରି ଆସୁଛି। ଆଜି ୭୪ ବର୍ଷ ପୂରଣ ହୋଇ ୭୫ ବର୍ଷରେ ପହଞ୍ଚିଛି ଏହି ସ୍ଵାଧୀନ ଭାରତ। ତେଣୁ ସ୍ଵତନ୍ତ୍ର ଭାରତର ସ୍ଵାଧୀନ ଭାରତୀୟମାନଙ୍କ ସ୍ବାଧିନତା ଦିବସର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।
ଜୟ ହିନ୍ଦ
