ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଭୁବନେଶ୍ୱରରେ କଳିଙ୍ଗ ଷ୍ଟୁଡିଓ ପାଖରେ ଜୀବନ୍ତ ବଜ୍ରକାପ୍ତାକୁ ଚୋରା ଚାଲାଣ ବେଳେ ଉଦ୍ଧାର କରିଛି ଏସଟିଏଫ ଟିମ୍ । ଏହି ବଜ୍ରକାପ୍ତାକୁ ଚୋରା ଚାଲାଣରେ ସଂପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ପାତ୍ରପଡାର ଖଗେଶ୍ୱର ସାହୁ, ଚିତ୍ରସେନ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ଭାଗିରଥି ବେହେରା ଏହି ଚୋରା ଚାଳାଣରେ ସଂପୃକ୍ତ ଅଛନ୍ତି ।
ଗତ ବର୍ଷ ବଜ୍ରକାପ୍ତା ଚୋରା ଚାଲାଣ ଓ ଶିକାରୀ ମାନଙ୍କ ବିରୋଧରେ ଏସଟିଏଫ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା ଯାହାର ଫଳ ସୂରୁପ ୧୫ ଟି ଚିତା ବାଘ ଛାଲ , ୯ ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ ଜୀବନ୍ତ ବଜ୍ରକାପ୍ତା, ଓ ୧୩ କେଜି ବଜ୍ରକାପ୍ତା କାତି ଜବତ କରାଯାଇଥିଲା ।