ସମ୍ବଲପୁର (ରିପୋର୍ଟର୍ସ ଟୁଡେ) : ସମ୍ବଲପୁର ପୋଲିସ ହାତରେ ଧରାପଡିଛି ସିରପ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାନସିକ ବ୍ୟାଧି ଘଟଉଥିବା କାଶ ସିରପ ବେଆଇନ ବିକ୍ରିରେ ସମ୍ପୁକ୍ତ ଏକ ଗ୍ୟାଙ୍ଗକୁ ସମ୍ବଲପୁର ସଦର ଥାନା ଗିରଫ କରିଛି । ଏହି ଗ୍ୟାଙ୍ଗ ଠାରୁ ୧୦୭ ବୋତଲ, ଗୋଟିଏ କାର, ୫ଟି ମୋବାଇଲ ଫୋନ ଜବତ ହୋଇଛି । ଏହି କାଶ ସିରଫ ଯୋଗାଉଥିବା ମୁଖ୍ୟ ଯୋଗାଣକାରୀ ସଂସ୍ଥାକୁ ଧରିବାକୁ ସ୍ୱତନ୍ତ୍ର ଅନୁସନ୍ଧାନ ଜାରି ରଖିଛି ସମ୍ବଲପୁର ପୋଲିସ ।